ଭଗବାନ ସାହୁଙ୍କ ଉପରେ କବିତା ପାଠ ପାଇଁ ପ୍ରସ୍ତୁତି ବୈଠକ

(ଲହର ମିଡ଼ିଆ ୦୫/୦୩) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଗୋପାଳ ବୁକ୍ ଷ୍ଟୋର ଠାରେ ଉକିଆ ସାହିତ୍ୟ ପରିବାର ତେଲିଟିକ୍ରା ପ୍ରତିଷ୍ଠାତା ସଂପାଦକ ଉଦ୍ଧବ ବାରିକଙ୍କ ଆବାହକତ୍ବରେ ଆସନ୍ତା ମାର୍ଚ୍ଚ ୨ ତାରିଖ ଦିନ ନାଟ୍ୟମହର୍ଷି ଗୁରୁ ଭଗବାନ ସାହୁଙ୍କ ଉପରେ ଆଧାରିତ କବିତା ପାଠ କରିବା ପାଇଁ ଏକ ସ୍ବତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି। ଏଥିରେ କବି ଭିକାରୀ ଚରଣ ପଧାନ ସଭାପତିତ୍ୱ କରିଥିବା ବେଳେ, ଗୋକୁଳ ବିହାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କବି ସନ୍ତୋଷ କୁମାର ପ୍ରଧାନ, କୈଳାସ ପଧାନ, ଟିକେ ଲାଲ୍ ରାଉତ, ହୃଷିକେଶ ଡାଙ୍ଗ, ସଚିଦା ଭୋଇ, ହଳଧର ମେହେର ଓ ଶିବପ୍ରସାଦ ସେଠୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!