କବିତା ପାଠ ଓ ଆଲୋଚନା ଚକ୍ର

(ଲହର ମିଡ଼ିଆ) ଉକିଆ ସାହିତ୍ୟ ପରିବାର ତେଲିଟିକ୍ରା ତରଫରୁ ଗତକାଲି ତା.୦୨.୦୩.୨୦୨୫ ରବିବାର ଦିନ ଗୁରୁ ଭଗବାନ ସାହୁଙ୍କ ଉପରେ ଆଧାରିତ କବିତା ପାଠ ଓ ଆଲୋଚନା ଚକ୍ର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ଟିକେଲାଲ୍ ରାଉତ ସଭାପତିତ୍ବ କରିଥିଲାବେଳେ ବିପ୍ରଚରଣ ସାହୁ ମୁଖ୍ୟ ଅତିଥି ଏବଂ ଭିକାରୀ ଚରଣ ପଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ସମ୍ମାନୀୟ ଉପଦେଷ୍ଟା ଭାବରେ ସନ୍ତୋଷ ପଧାନ, ପବିତ୍ର ମୋହନ ପାଣ୍ଡିଆ , ବନମାଳୀ ପୋଡ଼ ଯୋଗଦେଇଥିଲେ। ସଂପାଦକ ତଥା ଆବାହକ ଉଦ୍ଧବ ବାରିକ ଅତିଥି ପରିଚୟ ପ୍ରଦାନ କରିବାସହ ସ୍ବାଗତ ଅଭିଭାଷଣ ଦେଇଥିଲେ। ସହ ସଂପାଦକ ହୃଷିକେଶ ଡାଙ୍ଗ ସଭା ପରିଚାଳନା ଓ କବିତା ସଂଯୋଜନା କରିଥିଲେ। ବରିଷ୍ଠ କବି ଗୋକୁଳ ବିହାରୀ ଦାଶ, ନରୋତ୍ତମ ପାତ୍ର ଯୋଗଦେଇଥିଲେ।ପରିଶେଷରେ ନାଟ୍ୟକାର ସନ୍ତୋଷ ଗୈାଉଁତିଆ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!