୦୯/୦୮ ପାଇକମାଲ (ଲହର ମିଡ଼ିଆ) ଗୋଇବାହାଲି ମହିମା ମଠ ମନ୍ଦିରଠାରେ ସକାଳ ୯ ଘଟିକା ସମୟରେ ଦେବଯଜ୍ଞ ଓ ଆଧ୍ୟାତ୍ମିକ ସତ୍ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବପ୍ରଭାତ ଗୁରୁକୁଳର ଆଚାର୍ଯ୍ୟ ଶ୍ରୀ ବୃହଷ୍ପତି ଶାସ୍ତ୍ରୀ, ପଣ୍ତିତ କବିନ୍ଦ୍ର ଆର୍ଯ୍ୟ ଓ ବ୍ରହ୍ମଚାରୀ କ୍ରିଷ୍ଣା ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପସ୍ଥିତ ଶ୍ରଦ୍ଧାଳୁ ତଥା ସମସ୍ତ ଭକ୍ତଗଣଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟ କିଷାନ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ସଦସ୍ଯ କେଦାର ମିଶ୍ର ଯୋଗଦାନ କରିଥିବା ବେଳେ ବରଗଡ଼ ଜିଲ୍ଲା ସଭାପତି ପୀତାମ୍ବର ସାହୁ, କାର୍ଯ୍ୟକାରୀ ସଭାପତି ପଞ୍ଚାନନ ଦଲ୍ପତ ସମେତ ଦୀନବନ୍ଧୁ ବିଶି, ପଣ୍ତରା ସମାଜର ପୂର୍ବତନ ସଂପାଦକ ରଞ୍ଜନ ବାରିକ, କରୁଣାକର ପ୍ରଧାନ, କ୍ଷମାନିଧି ଭୁଏ, ଚନ୍ଦ୍ର ଶେଖର ଭୋଇ, ରାମେଶ୍ବର କିଷାନ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସଂକୀର୍ତ୍ତନ ତଥା ବାବା ବିରେନ୍ ବ୍ରହ୍ମଚାରୀଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମ ଅବସରପ୍ରାପ୍ତ ଇଂଞ୍ଜିନିୟର ମୀନକେତନ ସାହାଙ୍କ ସଂଯୋଜନାରେ ହୋଇଥିବା ବେଳେ ବାବା ଜଗନ୍ନାଥ, ଭକ୍ତ ଅରକ୍ଷିତ, ଜୟରାମ ସାହା, ଦିଲ୍ଲୀପ କୁମାର ସାହା, ବିରେନ୍ଦ୍ର ସାହା, ଭମର ବିଶି ପ୍ରମୁଖ ସହଯୋଗ କରିଥିଲେ।
