ପଦ୍ମପୁର ରାଜପଡାଠାରେ ସରକାରୀ ଅର୍ଥ ବ୍ୟୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନବନିର୍ମିତ ଏକ ଅତ୍ୟାଧୁନିକ ଶବଦାହ ସ୍ମଶାନ ଓ ପଦ୍ମପୁର ବରଗଡ଼ ରାସ୍ତାରେ ଥିବା ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ଚାରିପାର୍ଶ୍ୱରେ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବିନା କୌଣସି ସରକାରୀ ଅବଗତି ବା ଅଧିକାରୀଙ୍କୁ ଜଣାଇ ନିଜ ମନମୁତାବକ ଦଳୀୟ ଏଜେଣ୍ଡା ପାଇଁ ବିଧାୟିକା ବର୍ଷା ସିଂ ବରିହା ଉଦ୍ଘାଟନ କରିଥିବା ଅଭିଯୋଗ କରିଛନ୍ତି ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ର ୱାର୍ଡ ନଂ. ୦୨ ର କାଉନସିଲ ଇଂ କୁନାଲ ପାଣିଗ୍ରାହୀ,୦୮ ର ପ୍ରମିଳା ମେହେର,ଓ ୦୯ ର ଚିନ୍ମୟ କୁମାର ପଣ୍ଡା । ତେବେ ଅଭିଯୋଗ ଅନୁଯାୟୀ ସରକାରୀ ଟଙ୍କାରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରର ସୌନ୍ଦର୍ଯ୍ୟକରଣ ଓ ଜନହିତ ପାଇଁ ଉଭୟ ପ୍ରକଳ୍ପମାନ କରାଯାଇଥିବା ବେଳେ ଏହାର ବିଧିବଦ୍ଧ ଉଦ୍ଘାଟନ ସରକାରୀ ସ୍ତରରେ ପ୍ରଶାସନ ଦ୍ୱାରା କରାଯିବା ସହ ଉଦ୍ଘାଟନୀ ଫଳକ ରେ ପ୍ରକଳ୍ପର ଆୟ ବ୍ୟୟ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ନିମନ୍ତ୍ରିତ ଅତିଥିଙ୍କ ନାମ ରହିବା କଥା ଏବଂ ନିରପେକ୍ଷ ଭାବରେ ସମସ୍ତ ଙ୍କ ଉପସ୍ଥିତରେ ଉଦ୍ଘାଟନ କରିବାର ନିୟମ ଅଛି। ହେଲେ ଏହି ସମସ୍ତ ନିୟମକୁ ଖୁଲମଖୁଲା ପ୍ରତ୍ୟାଖାନ କରିବା ସହ ସରକାରୀ ପ୍ରକଳ୍ପର ଉଦ୍ଘାଟନ ନିଜର ଦଳୀୟ ରାଜନୈତିକ ଉଦ୍ଦେଶ୍ୟରେ କିଛି ଦଳୀୟ କର୍ମୀ ଓ ଦଳୀୟ ସାମର୍ଥିତ କାଉନସିଲରମାନଙ୍କ ଉପସ୍ଥିତିରେ ନିଜ ନାମ ଫଳକ ସହ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉଦ୍ଘାଟନ କରିଥିବା ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ତିନି କାଉନସିଲର। ତେବେ ଏହି ଘଟଣାର ଉଚ୍ଚିତ ତଦନ୍ତ ସହ ବିହିତ ପଦକ୍ଷେପ ନିଆଯାଉ ଏବଂ ଆଗାମୀ ଦିନରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ଘଟୁ ଏହା ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ବୋଲି ଦାବି ପାରିଛନ୍ତି ତିନି ବିଜେପି କାଉନସିଲ ପ୍ରମିଳା ମେହେର, ଚିନ୍ମୟ କୁମାର ପଣ୍ଡା ଓ ଇଂ. କୁନାଲ ପାଣିଗ୍ରାହୀ ।।
