(ଲହର ମିଡ଼ିଆ ) ଆଜି ଯୁକ୍ତ ଦୁଇ କଳାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୌଦ୍ ଜିଲ୍ଲା ଅନ୍ତର୍ଗତ ଖମ୍ବେଶୁରିଝୁଲି ଗ୍ରାମର ଶ୍ରୀ ଦୟାନିଧି ଖମାରୀଙ୍କ ସୁପୁତ୍ର ଦେବେନ୍ଦ୍ର ଖମାରୀଙ୍କୁ ପ୍ରଗତିଶୀଳ ପଣ୍ଡରା ଯୁବାମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରାଗଲା। ସମାର ଏହି ଗର୍ବ ଓ ଗୌରବଙ୍କୁ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭ କାମନା ଦେବା ସହ ଏକ ସୁନ୍ଦର୍ ଭାବର ଆଦାନ ପ୍ରଦାନ ହୋଇ ଥିଲା। ଏହି ଅବସରରେ ଦେବେନ୍ଦ୍ର ତାଙ୍କ ସଫଳତାର ଶ୍ରେୟ ବାପା, ମାଆ, ପରିବାର ବର୍ଗ, ଶିକ୍ଷକବୃନ୍ଦ ଏବଂ ମାମୁ ନିର୍ମଳ ମହଲାଙ୍କୁ ଦେବା ସହ ଭଗବାନ୍ଙ୍କ ଆଶୀର୍ବାଦର ଫଳ ବୋଲି ବର୍ଣ୍ଣନା କରିଥିଲେ। ଏହି ଅବସରେ ପ୍ରଗତିଶୀଳ ପଣ୍ଡରା ଯୁବାମଞ୍ଚ ସଭାପତି ଅଧ୍ୟାପକ ଶ୍ରୀ ରଘୁରାଜ ସିଂ ସେନାପତି, ସମ୍ପାଦକ ଜ୍ଞାନେନ୍ଦ୍ର ଭୋଇ, ଉପ-ସଭାପତି ଶ୍ରୀ ହେମନ୍ତ ଦିଶ୍ରୀ,ସୋନପୁର ମହାକେନ୍ଦ୍ର ସଭାପତି ଶ୍ରୀ ରଞ୍ଜନ ମହଲା,ସଭ୍ୟ ଶ୍ରୀ ବଳଦେବ ବିଶି,ଦେବେନ୍ଦ୍ରଙ୍କ ମାମୁ ଶ୍ରୀ ନିର୍ମଳ ମହଲା,ଶ୍ରୀ ବିକ୍ରମ କୁମାର ହାତୀ,ଶ୍ରୀ ସନ୍ତୋଷ ହାତୀ ପ୍ରମୁଖ ଉପସ୍ଥିତ ଥିଲେ l
