
ତା.୨୪.୦୨.୨୦୨୫ (ପଦ୍ମପୁର) ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଦ୍ମପୁର ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀଯୁକ୍ତ ପ୍ରକାଶ ବାରିକ ସଭାପତିତ୍ୱ କରିଥିବା ବେଳେ ଶ୍ରୀଯୁକ୍ତ ଲୋକନାଥ ଭାଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ପଧାନ, ଅବସର ପ୍ରାପ୍ତ ଶିକ୍ଷକ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ l ବିଦ୍ୟାଳୟର ପୁରାତନ ଛାତ୍ର ଡ଼ଃ ସୌରଭ କୁମାର ପାଣିଗ୍ରାହୀ, ଡ଼ଃ ଆଶୀର୍ବାଦ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଥିଲେ। ଶ୍ରୀଯୁକ୍ତ ଶେଷଦେବ ସାହୁ ପ୍ରଧାନ ଶିକ୍ଷକ ସଭା ପରିଚାଳନା କରିଥିଲେ l

ଏହି ସଭାରେ ସତର ଜଣ ମୋ ସ୍କୁଲ ଅଭିଯାନର ଵଦାନ୍ୟ ବ୍ୟକ୍ତିଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏବଂ ପ୍ରଥମ ସମାପ୍ତି ସୂଚକ ଆକଳନରେ କୃତିତ୍ବ ହାସଲ କରିଥିବା ୨୪ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ପରି ଚାଳନା ସମିତି ସଭ୍ୟ ସଭ୍ୟା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା l ଶେଷରେ ଶ୍ରୀମତୀ ସଂଯୁକ୍ତା ରଥ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ l

