ଛତିଶଗଡ଼େଁ ସମ୍ବଲପୁରୀଆ ଧୁକ୍‌ଧୁକି

(ବରଗଡ଼): ପଶ୍ଚିମ ଓଡ଼ିଶା (କୋସଲ୍‌) ଆରୁ ଇଛିନିର୍‌ ଛତିଶଗଡ଼ର୍‌ ଫୁଲ୍‌ଝେର୍‌ ଅଂଚଲ୍‌ର୍‌ ଲୋକକର୍‌ ଛାତିର୍‌ ହର୍‌ ଧୁକ୍‌ଧୁକି ଏକା ଭାବେଁ ଚାଲ୍‌ସି । ଏକା ଭାଷା, ଏକା ଚାଲି ଚଲନ୍‌, ଏକା କଲା;ସଂସ୍କୃତି ଆର୍‌ ପରଂପରା ବି ଏକା। ଫୁଲ୍‌ଝର୍‌ର ଲୁକେ ସମ୍ବଲପୁରୀ ଭାଷାକେ ଖାଲି ବେଭାର୍‌ ନାଇଁ କରନ୍‌, ତାର୍‌ ସାଂଗେଁ ନିଜର୍‌ ମାଆର୍‌ ଭାଷା ବଲିଁ  ବି ମାଏନ୍‌ତା ଦେସନ୍‌ ଆରୁ ଇ ଭାଷାକେ ନେଇକରି ଗର୍ବ ବି କର୍‌ସନ୍‌ ଯଦର୍‌ପି ସେମାନଙ୍କର୍‌ ସର୍‌କାରୀ ଭାଷା ହିନ୍ଦୀ ଆର୍‌ ଛତିଶଗଡ଼ି (ଲରିଆ) ଆଏ। କବି ହଲଧର୍‌ ନାଗ୍‌ ସେମାନଙ୍କର୍‌ ଗୌରବ୍‌ ବଲିଁ ସେମାନେ ଭାବ୍‌ସନ୍‌। ହେଥିର୍‌ ଲାଗିଁ ତ ସାରା ଓଡ଼ିଶା ଖେପ୍‌ବାର୍‌ ଆଘୋ କବି ରାଏଗଡ଼, ସାରଂଗଡ଼, ବସ୍‌ନା ଏରିଆ ନୁ ଆଘ୍‌ଲି ସମ୍ମାନୀତ ହେଇ ସାରିଛନ୍‌ । ଗଲା୧୨ ତାରିଖ୍‌ ଦିନ ସହାସମନ୍ଦ୍‌ ଜିଲ୍ଲାର୍‌ ଭିନ୍‌ ଭିନ୍‌ ଠାନେ ଆୟୋଜିତ୍‌ ସମ୍ବର୍ଧନା ସଭାନ ସେମାନେ ଫେର୍‌ ଘାଏ ଇକଥାର୍‌ ପ୍ରମାଣ ଦେଇଛନ୍ । ପିଥୋରାର୍‌ ସୁଖାପାଲି 'ଶାସକୀୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ'ର ବାର୍ଷିକ୍‌ ଉତ୍ସବଥିଁ ମୁଖ୍ୟ ଅତିଥି ଭାବେଁ ଯୋଗ ଦେଇଥିଲେ ପଦ୍ମଶ୍ରୀ ହଲଧର୍‌ ନାଗ୍‌ । ଅନୁଷ୍ଠାନର୍‌ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କର୍‌ ସଭାପତିତ୍ବ ଥିଁ ଆୟୋଜିତ୍‌ ଇ ସଭାନ ଅଂଚଲର୍‌ ବନିହାନ୍‌ଟେ ପ୍ରତିଷ୍ଠିତ୍‌ ବ୍ୟକ୍ତିଙ୍କର୍‌ ସମେତ୍‌ ପୁରାତନ୍‌ ଛାତ୍ର ଛାତ୍ରୀ ଯୋଗଦେଇ କରି କବିଙ୍କୁ ଉଚ୍ଛ୍ବସିତ୍‌ ସମ୍ବର୍ଧନା ଜନେଇ ଥିଲେ । ତାର୍‌ ଉତାରୁଁ ହନୁମାନ୍‌ ଗୁଡ଼ିର୍‌ ଖୁଲିଁ ସୁଖାପାଲି ଅଂଚଲ୍‌ବାସୀଙ୍କର ତରଫୁଁ ଆୟୋଜିତ୍‌ ସ୍ବତନ୍ତ୍ର ସମ୍ବର୍ଧନା ସଭା ଥିଁ ସରପଞ୍ଚ୍‌ ସୁଧୀର୍‌ ପ୍ରଧାନ୍‌ ସଭାପତିତ୍ବ କରିଥିଲେ । ସଭା ନ ବାବା ବିଶାଶହେ  କୁଇଲ୍‌ତା ସମାଜର୍‌ ରାଜ୍ୟ କମିଟି ସଭ୍ୟ ଷଡ଼ାନନ ଭୋଇ, ଗାଆଁର୍‌ ପ୍ରମୁଖ୍‌ ବ୍ୟକ୍ତି ରମେଶ ପ୍ରଧାନ, କହ୍ନୈୟା ପ୍ରଧାନ, ପ୍ରେମରାଜ ପ୍ରଧାନ, ଜୁହ୍ନା ପଂଚାୟତ ସମିତି ଅଧ୍ୟକ୍ଷ ସୁଦର୍ଶନ ମୁନା, ଅଜିତ ପ୍ରଭାକର ପ୍ରଭୃତିଙ୍କର୍‌ ସମେତ୍‌ ଭିନ୍‌ଭିନ୍‌ ସଙ୍ଗଠନ୍‌ ଆର୍‌ ବ୍ୟକ୍ତି କବିଙ୍କୁ ସମ୍ମାନୀତ କରିଥିଲେ । ଗାଆଁର୍‌ ଅଲ୍‌ଗା ଅଲ୍‌ଗା ଠାନେ ଗେଟ୍‌ ମରାଯାଇଥିଲା। ସବୁ ଘର୍‌ ଆଗାଡ଼େଁ ବଏଠା କଲସ୍‌ ବସେଇ କରି ମହିଲାମାନେ କବିଙ୍କର୍‌ ଗୋଡ଼ ଧୁଇଥିଲେ।
ଫିର୍‌ତି ବାଟେଁ ସାଂକ୍ରା ବଣିକ ସଂଘ ସହିତେ ଖଟଖଟି ଆର୍‌ ବସନା ଠାନେ ବି କବି ହଲଧରଙ୍କୁ ସମ୍ବର୍ଧନା ଦିଆ ଯାଇଥିଲା । ଇସବୁ କାର୍ଯ୍ୟକ୍ରମରେ ଛତିଶଗଡ଼ର ବିଶିଷ୍ଟ ଶିକ୍ଷାବିତ୍‌, କବି ବଦ୍ରିପ୍ରସାଦ ପୁରୋହିତ, ରାଷ୍ଟ୍ରଭାଷା ସମିତିର୍‌ ବରିଷ୍ଠ ସଦସ୍ୟ ତଥା ସାହିତ୍ୟିକ୍‌ ମୀନକେତନ୍‌ ଦାସ୍‌ ଆରୁ ଅଶୋକ କୁମାର ପୂଜାହାରୀ ବକ୍ତା, ଅତିଥି ଭାବେଁ ଯୋଗଦେଇଥିଲେ ।
ସୌଜନ୍ୟ-ଅଶୋକ କୁମାର ପୂଜାହାରୀ

Leave a Reply

Your email address will not be published. Required fields are marked *

error: Content is protected !!