
(ଲହର ମିଡ଼ିଆ) ଭେଙ୍ଗରାଜପୁର ଗ୍ରାମରେ ଶ୍ରୀ ଶ୍ରୀ ଦଧିବାବନ ମନ୍ଦିରର ରତ୍ନ ମୁଦକ ପ୍ରତିଷ୍ଠା ଉପଲକ୍ଷେ ଦୀର୍ଘ ୪ଦିନ ଧରି ହୋମ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ସମସ୍ତ ମହିଳା ପୁରୁଷ ତଥା ଯୁବସମାଜ ମାନଙ୍କ ସହଯୋଗ ରହିଥିଲା। ମନ୍ଦିରର ରତ୍ନ ମଣ୍ଡପରେ ପୂଜାକର୍ତ୍ତା ଭାବେ ମହେନ୍ଦ୍ର ପ୍ରତାପ ସିଂ ବରିହା ଓ ତାଙ୍କ ଧର୍ମପତ୍ନୀ ଅହଲ୍ୟା ସିଂ ବରିହା, ଯଜ୍ଞ ମଣ୍ଡପରେ ପୂଜାକର୍ତ୍ତା ଭାବେ ସୁରେନ୍ଦ୍ର ପ୍ରତାପ ସିଂ ବରିହା ଓ ଉର୍ମିଳା ସିଂ ବରିହା ଦାୟିତ୍ଵ ତୁଲାଇ ଥିବାବେଳେ ରାଜ ପୁରୋହିତ ପଣ୍ଡିତ ଅତ୍ରାହୀ ରଞ୍ଜନ ପାଣିଗ୍ରାହୀ ଓ ସାଥି ପୃଥିରାଜ ଯୋଶୀ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ। ଗ୍ରାମର ସଭାପତି ହୃତାସନ ପାଣ୍ଡେ ଓ ସଂପାଦକ ନିତ୍ୟାନନ୍ଦ ମୁଟକିଆ, ଯଜ୍ଞ କମିଟି ସଭାପତି ପ୍ରାଣକୃଷ୍ଣ ବେରିଆ ଓ ସଂପାଦକ ରେଶମ ରଣା ପ୍ରମୁଖ ଗ୍ରାମର ସମସ୍ତ ଗ୍ରାମବାସୀମାନେ ଦାୟିତ୍ଵ ଗ୍ରହଣ କରି ଠିକ୍ ଭାବେ ସମ୍ପାଦନା କରିଥିଲେ।

ଏହି ଦଧିବାବନ ମନ୍ଦିର ନିର୍ମାଣ ବରିଷ୍ଠ ଶିଳ୍ପୀ ଅର୍ଜୁନ ଗିଙ୍ଗିରାଙ୍କ ଦ୍ଵାରା ସମ୍ପାଦନା କରାଯାଉଛି। କେଛୋଦାଦର, ପିପିଲପଡ଼ା, ଟେଣ୍ଡା ପଦର, ଭାନପୁର ଶବର ପଡ଼ା, ଝାରବନ୍ଧ ଆଦି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଦଳ ଯୋଗଦେଇ ନାମଯଜ୍ଞରେ ନାମ ସଂକୀର୍ତ୍ତନରେ ସହଯୋଗ କରିଥିଲେ।ଦୀର୍ଘ ୪ଦିନ ଧରି ଶାନ୍ତି ଶୃଙ୍ଖଳା ସହ ଏହି ଶ୍ରୀ ଶ୍ରୀ ଦଧିବାବନ ମନ୍ଦିର ରତ୍ନ ମୁଦକ କାର୍ଯ୍ୟକ୍ରମ ଆଜି ସମାପ୍ତ ହୋଇ ଥିବାରୁ ଗ୍ରାମ କମିଟି ସଭାପତି ହୃତାସନ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଛନ୍ତି।

