ତା.୦୫/୦୫/୨୦୨୫ (ଲହର ମିଡ଼ିଆ) ଓଡିଶା ଶିକ୍ଷା ସେବା-୨ କୁ ପଦୋନ୍ନତି ପାଇ ଶ୍ରୀଯୁକ୍ତ ନିରଲମ୍ବ ପ୍ରସାଦ ପଟେଲ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ଶ୍ରୀଯୁକ୍ତ ପଟେଲ ୨୦୨୦ ମସିହାରେ ସିନିୟର SES ପଦବୀକୁ ପଦୋନ୍ନତି ପାଇ ଝର୍ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ । ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିବାର ତରଫରୁ ଶ୍ରୀଯୁକ୍ତ ପଟେଲ୍ଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରି ସ୍ଵାଗତ କରାଯାଇଥିଲା। ଗତ ଅଗଷ୍ଟ ମାସରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ଥିବା ଅଭିଳାଷ ସାହୁଙ୍କ ଠାରୁ ଶ୍ରୀଯୁକ୍ତ ପଟେଲ୍ ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ବିଦ୍ୟାଳୟର ଉନ୍ନତି ଏବଂ ପ୍ରଗତି ରେ ସମସ୍ତଙ୍କର ସହଯୋଗ ଆହ୍ଵାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ମେହେର୍ ଧନ୍ୟବାଦ ଅର୍ପଣ କରିଥିଲେ l
