
(ଲହର ମିଡ଼ିଆ) – ସୋନପୁର ବ୍ଲକ ସନ୍ଥ କବି ଭୀମଭୋଇ ଙ୍କ ସାଧନା ସିଦ୍ଧି ଓ ସମାଧି ପୀଠ ଖଲିଆପାଲି ଠାରେ ଆଜି ଠାରୁ ମାଘମେଲl ଆରମ୍ଭ ହୋଇଯାଇଛି l ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ମେଲl କୁ ଅପର୍ଣ୍ଣl ଗ୍ରାମ୍ୟ ଉନ୍ନୟନ କମିଟି ସଭାପତି ମହାଦେବ ବଗର୍ତ୍ତୀ, ବାବା ଶେଷଦେଵ ଦାସ,ସମ୍ମାନିତ ଅତିଥି ଭାବେ ମାଘମେଲl କମିଟି ର ଉପଦେଷ୍ଟା କାର୍ତ୍ତିକ ଭୋଇ, ମାଘ ମେଲl କମିଟି ର ସଭାପତି ପୁର୍ଣ୍ଣଚନ୍ଦ୍ର ବଗର୍ତ୍ତୀ,ସମ୍ପାଦକ ରଞ୍ଜନ ପୂଝାରୀ, ଭୀମଭୋଇ ସମାଧି ପୀଠ ର ଟ୍ରଷ୍ଟି ଛତ୍ରଧlରୀ ଅଗ୍ରୱାଲ, ଖଲିଆପାଲି ସରପଞ୍ଚ ରୁକ୍ମିଣୀ ନାଏକ, ସମିତି ସଭ୍ୟl ସୁନୀତା ନାଏକ, ଭୀମଭୋଇ ସମାଧି ପୀଠ ର ମଠାଧୀଶ ସନ୍ୟାସୀ ଦାସ ପ୍ରମୁଖ ଯୋଗ ଦେଇ ଭୀମଭୋଇ ଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପୂର୍ବକ ଉଦଘାଟନ କରିଥିଲେ l ମାଘମେଲl ପାଇଁ ଏଠlକୁ ହଜାର ହଜାର ମହିମା ଭକ୍ତ ଙ୍କ ସୁଅ ଛୁଟୁଛି l ଫେୃବ୍ରୁୟାରୀ ୧୧ ତାରିଖ ଚତୁର୍ଦ୍ଦଶୀ ଏଠାରେ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହେବ l

ବିଭିନ୍ନ କ୍ଷେତ୍ର ରେ ଅବଦାନ ଥିବା କିଛି ଲୋକ ଙ୍କୁ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସମ୍ମାନ ପ୍ରଦାନ କରାଯିବ l ପଣ୍ଡିତ ଦୈତାରି ମହାପାତ୍ରଙ୍କୁ ଭିମଭୋଇ ସ୍ମୁତି ସମ୍ମାନ ପ୍ରଦାନ କରାଯିବlକୁ ସ୍ଥିର କରାଯାଇଛି l ସେହିପରି ମହିମା ସମ୍ମାନ ପାଇଁ ସାଧୁ ପ୍ରଭାକର ଦାସ, ସାହିତ୍ୟ ସମ୍ମାନ ମିନlକୁମାରି ମହାରଣା, କଳା ସମ୍ମାନ ସୁଶ୍ରୀ ତିଳୋତ୍ତମା ସାହୁ, ଯୁବ ପ୍ରତିଭା ସମ୍ମାନ ଆଶିଷ କୁମାର ଅଗ୍ରୱାଲ, ଭୀମଭୋଇ କ୍ରୀଡା ସମ୍ମାନ ସୁଶ୍ରୀ ପ୍ରିତୀ ମହାକୁର ମନୋନୀତ ହେବେ ବୋଲି ଟ୍ରଷ୍ଟି ଛତ୍ରଧlରୀ ଅଗ୍ରୱାଲ ଜଣାଇଛନ୍ତି l ଏଥିରେ ଉପଜିଲ୍ଲାପାଳ ତଥା ଟ୍ରଷ୍ଟ ର ଉପାଧ୍ୟକ୍ଷ ଡ ସୌମ୍ୟରୂପା ରଥ ଅଧ୍ୟକ୍ଷତା କରିବେ ଓ ଏଥିରେ ସୋନପୁର ବିଧାୟକ ନିରଞ୍ଜନ ପୁଝାରୀ ମୁଖ୍ୟ ଅତିଥି, ସୁବର୍ଣ୍ଣପୁର ଜିଲ୍ଲାପାଲ ଅନ୍ୟl ଦାସ, ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ, ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ ପ୍ରଦୀପ କୁମାର ଗୁରୁ, ଓ ମୂଖ୍ୟ ବକ୍ତା ଭାବେ ଭୀମ ଭୋଇ ଗବେଷଣା କେନ୍ଦ୍ର, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ସମ୍ବଳପୁର ପ୍ରଦୀପ୍ତ ପଣ୍ଡା ପ୍ରମୁଖ ଯୋଗ ଦେବେ l

